ସୁନ୍ଦରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୁନ୍ଦରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ହୋଇଛି ଏ ଦୁର୍ଘଟଣା । ଜୁଏଲ ଓରାମଙ୍କ ଇନୋଭା ଧକ୍କାରେ ଜଣେ RMCA କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର RMCA କର୍ମଚାରୀ ସର୍ବେଶ୍ୱର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସର୍ବେଶ୍ୱର ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହା ଦେଖି ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱରଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଛନ୍ତି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାଂସଦ ଜୁଏଲ ଓରାମଙ୍କ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଇକ ମଧ୍ୟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ । ତାଙ୍କ ଗାଡି ଆଗକୁ ହଠାତ୍ ବାଇକ ଆସିଯିବାରୁ ଦୁର୍ଘଟଣା ଘଟିଥିବା ଜୁଏଲ ଓରାମ କହିଛନ୍ତି । କାମାକ୍ଷାନଗର ଥାନାରେ ଜୁଏଲ ଉପସ୍ଥିତ ରହିଛନ୍ତି ।

Related Articles

Back to top button