
ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା : ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଦେଲେ ଯୋଗ
ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ଅପରାହ୍ନ ପ୍ରାୟ ୪.୫୦ରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯାଇ ସେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ବ୍ରହ୍ମପୁର ଯିବା ପୂର୍ବରୁ ସେ ଏୟାରପୋର୍ଟର ଦଳୀୟ ନେତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ।
ବ୍ରହ୍ମପୁରର ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ଭାଷଣ ଆରମ୍ଭ ପୂର୍ବରୁ ‘ଜୟ ଜଗନ୍ନାଥ ‘ କହିବା ସହ ମଧୁବାବୁ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କ’ଣ ଥିଲା, ମନେ ପକାନ୍ତୁ। ଏଠାରେ କିଛି ବଦଳିବ ନାହିଁ, ଏମିତି ରହିବ ବୋଲି ଭାବୁଥିଲେ ।ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବଦଳି ଯାଇଛି ଏବଂ ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ଓଡ଼ିଶାକୁ ଆଗକୁ ନେବାର ନିର୍ବାଚନ ଇଏ ବୋଲି ନଡ୍ଡା କହିଛନ୍ତି।