ଓଡ଼ିଶାର ଅଭୟାରଣ୍ୟରେ କଳା କଲରାପତରିଆ ବାଘ

ଓଡ଼ିଶାର ସାତକୋଶିଆ ଅଭୟାରଣ୍ୟରେ ପୁଣି କଲରାପତରିଆ ବାଘୁଣୀ ଓ ଦୁଇ ଯାଆଁଳା ଶାବକ ଦୃଶ୍ୟମାନ ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ସାଧାରଣ ହୋଇଥିବା ବେଳେ ଅନ୍ୟଟି କଳା ରଙ୍ଗର । କ୍ୟାମେରାରେ ଟ୍ରାପ୍‌ ହୋଇଥିବା ଏହି ଦୃଶ୍ୟକୁ ନେଇ ‘X’ରେ ପୋଷ୍ଟ କରି ସୂଚନା

ଓଡ଼ିଶାରେ ଅନେକ ବନଖଣ୍ଡରେ କଳା କଲାରାପତିଆ ବାଘ ରହିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର 3ଟି ବନଖଣ୍ଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ଦେଶର ୮ଟି ରାଜ୍ୟ (କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼)ରେ ଏହି ବିରଳ କଳାବାଘ ଦେଖିବାକୁ ମିଳିଥିବା ବେଳେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ଏହି ବିରଳ କଳାବାଘ ଦେଖାଯାଇଥିଲା।

Related Articles

Back to top button