ସପିଂ ମଲ୍‌ରେ  ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି ।

ଏଣିକି ସପିଂ ମଲ୍‌ରେ  ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି । ଏଭଳି ନିଷ୍ପତ୍ତି ନେବାର କାରଣ ଦର୍ଶାଇ ବିଏମସି କହିଛି ଯେ, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଓ ବଡ଼ ବଡ଼ିଆ ଏହାକୁ ପାର୍କିଂ ଭାବେ ବ୍ୟବହାର କରୁଛନ୍ତି । ଏଥିରେ ମଲ୍ ସହ ତାଙ୍କ ବ୍ୟବସାୟ ସ୍ଥଳର କୌଣସି ସଂପର୍କ ନଥିଲା । ଏମାନଙ୍କ କାର ଯୋଗୁଁ ମଲକୁ ଆସୁଥିବା ଗ୍ରାହକ ବାହାରେ ଗାଡ଼ି ରଖୁଛନ୍ତି ।

ବାହାରେ ଗାଡ଼ି ପାର୍କିଂ କରିବା ହେତୁ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ଏଭଳି ସ୍ଥିତି ନେଇ ଅନେକ ଥର ଅଭିଯୋଗ ହେବାରୁ ପବ୍ଲିକ ୱାର୍କସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା ଏହି ପ୍ରସଙ୍ଗ ଗତ କର୍ପୋରେସନ ବୈଠକରେ ଉଠାଇଥିଲେ । ଏନେଇ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ମଲମାଲିକମାନେ ପାର୍କିଂ ଦେୟ ଆଦାୟ କରିପାରିବେ । ଓଡ଼ିଶାର ଅନ୍ୟ ସହରର ମାଲମାଲିକମାନେ ପାର୍କିଂ ଫି ଆଦାୟ ମଧ୍ୟ କରୁଛନ୍ତି । ବୈଠକରେ ବିଏମସି ଅଞ୍ଚଳରେ ଥିବା ମାଲିକମାନଙ୍କୁ ପାର୍କିଂ ଫି ଆଦାୟ କରିବାକୁ ଅନୁମତି ଦିଆଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ପାର୍କିଂ ଫି ଆଦାୟ କରିବା ପାଇଁ ମଲ୍ ତଥା ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button