ପହଣ୍ଡିବେଳେ ରଥ ଉପରୁ ଖସିପଡିଲେ ଠାକୁର, ଭିଡିଓ ଭାଇରାଲ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଆଧିନସ୍ଥ ଜରାସିଂହା ଗ୍ରାମରେ ଶନିବାର ଦିନ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଗାଁରେ ରଥଯାତ୍ରା ଚାଲିଥିବା ବେଳେ କାଳିଆ ଠାକୁର ମାଉସୀ ଘରକୁ ପହଞ୍ଚି ରଥରୁ ଓହ୍ଲାଉଥିବା ସମୟରେ ରଥ ଉପରୁ ତଳକୁ ଖସି ପଡିଛନ୍ତି ।

ପ୍ରଭୁଙ୍କ ସହିତ କିଛି ସେବାୟତ ମଧ୍ୟ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାରେ କେହି ଗୁରୁତର ହୋଇନଥିଲେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଞ୍ଚଳ ପାଇଁ ଏହା ଏକ ଅଶୁଭ ସଂକେତ ବୋଲି ଲୋକେ ଆଲୋଚନା କରୁଛନ୍ତି ।

Related Articles

Back to top button