ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ମଧ୍ଯ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘରେ ବାପା ମା’ ଥିବା ବେଳେ ଗତକାଲି ରାତି ସାଢ଼େ ୧୦ଟା ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସେପଟେ ମାସେ ପୂର୍ବରୁ ପୁଅ ଠିକଠାକ୍ ଥିବା କହିଛନ୍ତି ସନ୍ତୋଷଙ୍କ ବାପା ସୁରେନ୍ଦ୍ର । ୧୫ ଦିନ ହେବ ମରିଯିବି ମରିଯିବି କହୁଥିଲେ ସନ୍ତୋଷ। ଭୁବନେଶ୍ୱରର ଜଣେ ଝିଅକୁ ଭଲ ପାଉଥିଲେ ବୋଲି ବାପା କହିଛନ୍ତି । ଝିଅ ମରିଯିବା ପରେ ସନ୍ତୋଷ ମରିଯିବି କହୁଥିଲା ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି ।

 

Related Articles

Back to top button