ମାଲକାନଗିରିରେ ବ୍ରିଜ୍‌ ସେଣ୍ଟ୍ରିଂ ଭୁଶୁଡ଼ି ଶ୍ରମିକଙ୍କ ଜୀବନ ଗଲା

ମାଲକାନଗିରି: ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍‌ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ଜଣଙ୍କ ହେଲେ ଦେବ ଶିଶା।

ଖଇରପୁଟ ବ୍ଲକର ଗୋବିନ୍ଦପାଲୀଠାରୁ ବଡ଼ଡୁରାଲ ପର୍ଯ୍ୟନ୍ତ ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଗୁରୁବାର ସକାଳେ କିଛି ଶ୍ରମିକ ସେଠାରେ କାମ କରୁଥିଲେ। କାମ ଚାଲିଥିବା ବେଳେ ହଠାତ୍‌ ବ୍ରିଜର ସେଣ୍ଟ୍ରିଂ ଭୁଶଡ଼ି ପଡ଼ିଥିଲା। ଫଳରେ ଦେବ ସେଣ୍ଟ୍ରିଂ ତଳେ ଚାପି ହୋଇ ରହି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋବିନ୍ଦପାଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସେଠାରେ ଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related Articles

Back to top button