ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମାନ୍‌ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟ ଯନ୍ତ୍ରଣା ପାଇଁ ମୁଖ୍ୟମନ୍ତ୍ରୀଙ୍କର କେତେକ ପରୀକ୍ଷା କରାଯାଇଥିଲା। ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ପେଟରେ ସଂକ୍ରମଣ ହୋଇଛି।

Related Articles

Back to top button