ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ବିଆରଏସ୍
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟଳୟର ବ୍ଲକ ରିସୋସ କୋଡ଼ିନେଟର-ବିଆରଏସଙ୍କୁ ଧରିଛି ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚନେବା ବେଳେ ମଧୁସୂଦନ ପଟେଲଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ I ପାଇଖାନା ନିର୍ମାଣ ବିଲ ପାଇଁ ମହମ୍ମଦ ଆଶିଷଙ୍କ ଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି ।
ବିଆରଏସ ମଧୁସୂଦନ ପଟେଲଙ୍କ ଘର ପୁଇନ୍ତଲା ବ୍ଲକ୍ କୁରୁଲ୍ ଗାଁରେ ବୋଲି ଭିଜିଲାନ୍ସ DSP ପୂଲସ୍ତି ଛତ୍ରୀୟା ସୂଚନା ଦେଇଛନ୍ତି I ମଧୁସୂଦନ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ ।