ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ଦେୟମୁକ୍ତ ଚିକିତ୍ସାରେ ୪୧୩ % ଅଭିବୃଦ୍ଧି

ଭୁବନେଶ୍ୱର: ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ ତଥା ଓଡ଼ିଶା ହେଲଥ୍ ଆସୁରାନସ୍ ସୋସାଇଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଜଣାଇଥିଲେ ଯେ, ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଘରୋଇ ହସପିଟାଲ୍ ମାନଙ୍କରେ ବି.ଏସ୍‌.କେ.ୱାଇ. ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍ ଭେଷଜ ଚିକିତ୍ସା ଓ ଔଷଧ ସଂପୂର୍ଣ ଦେୟମୁକ୍ତ ଭାବେ ଲାଭ କରିଥିଲେ।

୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧିପାଇ ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ଅବିବୃଦ୍ଧି ହାସଲ କରାଯାଇଥିଲା। ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲମାନଙ୍କୁ ପୈଠ କରିଥିବାବେଳେ ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ବି.ଏସ୍‌.କେ.ୱାଇ. ଯୋଜନା ମାଧ୍ୟମରେ ଚିକିତ୍ସା ବାବଦ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ବୃଦ୍ଧି ହୋଇଥିଲା । ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ, ଡ଼େପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ସମ୍ବିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Articles

Back to top button