ଶେଷ ହେଲା ମୈାସୁମୀ ଅଧିବେଶନ: ବିଧାୟକଙ୍କ ଦରମା ବଢ଼ିବା ନିଷ୍ପତ୍ତି ନେବ କମିଟି

ଭୁବନେଶ୍ବର:  ଶେଷ ହେଲା ବଜେଟ୍ ଅଧିବେଶନ।  ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି  । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ  । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ।  ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ମଧ୍ୟ ରହିଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବାପରେ ଦରମା ବଢ଼ିପାରେ।

କାରଣ ଗତ ଜୁଲାଇ ୩୦ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ଶୂନ୍ୟକାଳରେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ  ଦରମା ବଢ଼ାଇବା ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶେଷ ଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ଆଉ ଏବେ ସବୁ ରେଟ ବଢ଼ିଥିବାରୁ ବିଧାୟକଙ୍କ ଦରମା ବି ବଢ଼ିବା ଦରକାର । 

Related Articles

Back to top button