ବରଗଡ଼ ଜିଲ୍ଲା ପଦ୍ମପୁରରେ ସ୍କୁଲ ବସ୍‌ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ପଦ୍ମପୁର : ସ୍କୁଲ ବସ୍‌ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ପନ୍ଦରରୁ ଅଧିକ ଛାତଛାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଜେନିଥ ଦ ଲାଇନ୍ସ ଗୁରୁକୁଳର ଛାତ୍ରଛାତ୍ରୀମାନେ ବସ୍‌ ଫେରୁଥିଲେ । ଠିକ୍‌ ଏହି ସମୟରେ ଝାଙ୍କରପାଲି ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଯାହାଫଳରେ ବସ୍‌ରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button