ନୂଆ ନିୟମ: ଧାର୍ଯ୍ୟ ତାରିଖ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଫାଇନ୍‌ରୁ ବର୍ତ୍ତିବେ ଚାଳକ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍‌ ଦେବାରୁ ଚାଳକ ବର୍ତ୍ତିବେ । ଏନେଇ ରାଜ୍ୟ ସଡକ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ ଫାଇନ୍‌ରୁ ବର୍ତ୍ତିବେ ବୋଲି କହିଛି ବିଭାଗ ।

୧ କିମ୍ବା ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।

Related Articles

Back to top button