ବ୍ରିଜରେ ଧକ୍କା ଦେଇ ଜଳିଗଲା ବସ୍‌, କିଛି ଯାତ୍ରୀ ଆହତ

ଭୁବନେଶ୍ୱର:  ବ୍ରିଜରେ ଧକ୍କା ଦେବା ପରେ ଜଳିଗଲା ବସ୍ । ଭୁବନେଶ୍ୱର ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜରେ ଧକ୍କା ହେବା ପରେ ଜଳିଯାଇଛି ଏକ ବସ୍। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, ଫୁଲବାଣୀରୁ ଭୁବନେଶ୍ବର ଆସୁଥିଲା ଏହି ଯାତ୍ରା ବସ୍ । ହଠାତ୍‌ ବ୍ରିଜ୍‌ରେ ଧକ୍କା ଦେବାରେ ବସ୍‌ରେ ନିଆଁ ଲାଗିଯାଇଥିଲା । ତେବେ ବସ୍‌ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏପିରିକି ବସ୍‌ରେ ଥିବା କିଛି ଯାତ୍ରୀଙ୍କୁ ତୁରନ୍ତ କାଚ ଭାଙ୍ଗି ବାହାରକୁ ବାହାର କରାଯାଇଥିଲା ।

ସେପଟେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିଛି ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଯାଇଛି । ତେବେ ଏତେ ବଡ଼ ଅଘଟଣରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ବସଟି ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି।

Related Articles

Back to top button