ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)

ଦୈନିକ ୩ଟି ସିଟିଂରେ ୫ ଦିନ ଚାଲିବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଓଜେଇଇ) ଆରମ୍ଭ । ୫ ଦିନ ଧରି ଚାଲିବାକୁ ଥିବା ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ ଡ ଟେଷ୍ଟ ବା ସିବିଟି ମାଧ୍ୟମରେ କରାଯିବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି ପରୀକ୍ଷା ଅନୁଷ୍ଠିତ ହେବ।

ତେବେ ରାଜ୍ୟର ୩୦ଟି ଜିଲ୍ଲାରେ ୬୧ଟି ଏବଂ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର ହୋଇଛି। କରୋନା କଟକଣା ମଧ୍ୟରେ ଓଜେଇଇ କରାଯିବ। ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସାନିଟାଇଜର ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବ। ଏଥର ୫୮ ହଜାର ଛାତ୍ରଛାତ୍ରୀ ଓଜେଇଇ ଦେ ବା ଲାଗି ପଞ୍ଜୀକରଣ କରିଛନ୍ତି। ୫ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍ ସିଏ/ଏସ୍ ଏସ୍ ସି, ୬ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍ ବିଏ ଓ ତୃତୀୟ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଫାର୍ମା, ୮ ତାରିଖରେ ୩ଟି ଯାକ ସିଫ୍ଟରେ ବି.ଫାର୍ମା ବିଷୟରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ହେବ।

Related Articles

Back to top button