ଏମକେସିଜି ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର କ୍ଷତି ହୋଇନାହିଁ।

ସୁପର ସ୍ପେସିଆଲିଟି କୋଠାର ନିର୍ମାଣରେ ବ୍ୟାପକ ଅନିୟମିତତା ନେଇ ଗତ କିଛି ମାସ ହେଲା ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଗତ ୨୬ ତାରିଖରେ ସୁପର ସ୍ପେସିଆଲିଟି ବିଲଡିଂର ପଞ୍ଚମ ମହଲାରେ ଥିବା ୟୁରୋଲୋଜି ବିଭାଗର ଅପରେସନ ଥିଏଟର୍‍ରେ ଅଗ୍ନିକାଣ୍ଡ ଘଟିଥିଲା। ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଅଗ୍ନିକାଣ୍ଡ ପରଠୁ ପଞ୍ଚମ ମହଲାରେ ଥିବା ଉଭୟ ୟୁରୋଲୋଜି ଏବଂ ପ୍ଳାଷ୍ଟିକ୍‍ ସର୍ଜରୀ ବିିଭାଗର ଅପରେସନ ଥିଏଟର୍‍ ବନ୍ଦ ରହିଛି। ତେବେ ଅପରେସନ ବନ୍ଦ ରହିଥିଲେ ମଧ୍ୟ ୟୁରୋଲୋଜି ବିଭାଗର ଆଇସିୟୁ କାର୍ଯ୍ୟକ୍ଷମ ଥିଲା। ଆଇସିୟୁ ସମ୍ମୁଖ ଅଞ୍ଚଳରେ ଗୁରୁବାର ସିଲିଂ ଖସି ଯାଇଛି। କିନ୍ତୁ ରୋଗୀ ସଂପର୍କୀୟମାନେ କିଛି ଦୂରରେ ବସିଥିବା ଯୋଗୁ କାହା ଉପରେ ପଡ଼ିନଥିବା ସୂଚନା ମିଳିଛି।

Related Articles

Back to top button