କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ

ଚାନ୍ଦବାଲି): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି। ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ତେବେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ।

ତେବେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ନିରଞ୍ଜନ ସେଠୀ, ଝୁନା ଭୋଇ, ପରମେଶ୍ବର ରାଉତ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ନାବାଳକ ବିବେକ ନାୟକଙ୍କ ବିରୋଧରେ ଆଇପିସି ଦଫା ୩୦୨, ୩୬୦, ୩୬୩, ୩୬୪, ୪୬୫, ୪୭୧, ୨୦୧, ୨୧୨ ଓ ୩୪ରେ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଚାର୍ଜଟିସ୍ ଦାଖଲ କରିଛି

Related Articles

Back to top button