ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ : ଶେଷ ହେଲା ୧୬ଟି ଚକ ନିର୍ମାଣ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇପଡିଛି । ତିନି ରଥ ପାଇଁ ମୋଟ ୪୨ଟି ଚକ ନିର୍ମାଣ ଆବଶ୍ୟକ ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୧୬ଟି ଚକ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି I ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ଵଜ ଓ ଦେବୀ ସୁଭଦ୍ରାଙ୍କ ରଥ ଦର୍ପ ଦଳନ ପାଇଁ ୫ଟି ଲେଖାଏଁ ଚକ ନିର୍ମାଣ କରାଯାଇଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ସିଂହାସନର ଚଉପଟ କାର୍ଯ୍ୟ ଚାଲିଛି । କୁନି କୁନି ରୂପକାର ସେବକମାନେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ରଥର ପ୍ରଥମ ଭୂଇଁ ଓରା ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ଉଭୟ ପାର୍ଶ୍ବ ବିନ୍ଧ କାର୍ଯ୍ୟ ଆରମ୍ଭ କରାଯାଇଛି । ରୂପକାର ସେବକ ନିହାଣ ମୁନରେ ସାଲ ଗୁଜରେ ୧୧ଟି ନୃସିଂହ ରୂପ ଖୋଦେଇ କାମ ଆରମ୍ଭ କରିଛନ୍ତି ।

Related Articles

Back to top button