ରତ୍ନସିଂହାସନରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ମାଘ ପୂର୍ଣ୍ଣିମା। ରତ୍ନସିଂହାସନରେ ଗଜ ଉଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ ହୋଇଥାଏ।

ଏହି ସମୟରେ ଶ୍ରୀଜିଉଙ୍କ ପାଖରେ କ୍ଷୀରି, ଅମାଲୁ ଭୋଗ ଓ ସନ୍ଧ୍ୟା ଧୂପ ପୂଜା ହୁଏ । ସନ୍ଧ୍ୟାଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣ ମେଲା ଅନୁଷ୍ଠିତ ହୁଏ। ସାହାଣ ମେଲା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜିଉଙ୍କର ଅନ୍ୟାନ୍ୟ ନୀତି କରାଯାଏ।

Related Articles

Back to top button