ରାହୁଲ ଗାନ୍ଧୀଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା :ମାନହାନି ମାମଲା ଆବେଦନ ଖାରଜ କଲେ ଝାଡ଼ଖଣ୍ଡ ହାଇକୋର୍ଟ

ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଆବେଦନ ଖାରଜ କରିବା ପରେ ରାହୁଲ ଗାନ୍ଧୀଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ୨୦୧୮ ମସିହାରେ ଅମିତ ଶାହାଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ରାୟ ଶୁଣାଇ କୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଏପ୍ରିଲ ୨୮ରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଚାଏବସାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏଥିପାଇଁ ବିଜେପି ନେତା ନବୀନ ଝା ଅଭିଯୋଗ କରି ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ।ତେବେ ରାହୁଲ ନିମ୍ନ ଅଦାଲତଙ୍କ ପକ୍ଷରୁ ଜାରି ହୋଇଥିବା ସମନ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ଫେବୃଆରୀ ୧୬ ରେ, ଗାନ୍ଧୀଙ୍କ ଲିଖିତ ସଂସ୍କରଣ କୋର୍ଟରେ ଉପସ୍ଥାପିତ ହୋଇଥିଲା ବେଳେ ଜଷ୍ଟିସ ଅମ୍ବୁଜନାଥଙ୍କ ବେଞ୍ଚ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲା। ତେବେ କୋର୍ଟ ଏହି ଯାଚିକା ଉପରେ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।

Related Articles

Back to top button