ରାଜଭବନରେ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ରାଜଭବନରେ ରାଜ୍ୟପାଳ ରଘୁବର ଦାସ। ପୁରୀରୁ ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାୟିତ୍ବ ନେବା ପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଓଡ଼ିଶାବାସୀଙ୍କ ସେବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ଵାର ୨୪ ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି ।

ଆସନ୍ତାକାଲି ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜଭବନ ଅଭିଷେକ ହଲରେ ଶପଥ ଗ୍ରହଣ ଉତ୍ସବ ହେବ। କାଲି ଦିନ ୧୧ ଟା ୪୫ରେ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ । ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ । ରଘୁବର ଦାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ରଘୁବର ଦାସ । ବିଜେପି ଗଠନ ବେଳେ ପ୍ରତିଷ୍ଠାତା ସଦସ୍ୟ ଥିଲେ ।

Related Articles

Back to top button