୧୬ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମେ’ ୧୬ରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ କରିବେ ରୋଡ୍ ଶୋ’। ଗଙ୍ଗନଗର ଛକରୁ ବାହାରିବ ରୋଡ୍ ଶୋ। ଏଲଆଇସି କାର୍ଯ୍ୟାଳୟ, ଗୋପବନ୍ଧୁ ଛକ, ଡିଏଭି ଛକରେ କରିବେ ରୋଡ୍ ଶୋ’। ଏଚଡିଏଫସି ବ୍ୟାଙ୍କ ଛକ, ନୂଆସାହିରେ, ବେହେରା ସାହି, ନିକୋ ପାର୍କ ଛକରେ, ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ବ୍ୟାରିକେଡିଂ କରାଯିବ। ରୋଡ୍ ଶୋ’ ସମୟରେ ବରିଷ୍ଠ ପୁଲିସ ଉପସ୍ଥିତ ରହିବେ। ଉଚ୍ଚ କୋଠାରେ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହିବେ। ଏନେଇ ମଙ୍ଗଳବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Related Articles

Back to top button