ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସି କଟକରେ ରୋଡ୍‌‌ ସୋ କରିବେ ଅମିତ ଶାହ।

ଆସନ୍ତାକାଲି କଟକରେ ରୋଡ୍‌‌ ସୋ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ ବକ୍ସି ବଜାର ଦେଇ ହେବ ରୋଡ୍‌‌ ସୋ। ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ ରୋଡ୍‌‌ ସୋ। ଅପରାହ୍ନ ୪ଟାରୁ ରୋଡ ସୋ ଆରମ୍ଭ ହେବା ନେଇ କଟକ ନଗର ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି। ଅମିତ ଶାହଙ୍କର କଟକ ସହ ଆସିକାର ସୋରଡା ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୨ଟା ୩୦ ମିନିଟରେ ଅମିତ ଶାହ ଭୁବନଶ୍ୱର ବିମାନବନ୍ଦରରେ ପହଂଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯେ।।ଗେ ସୋରଡା ଯିବେ। ଦିନ ଗୋଟାଏ ୩୦ରେ ସୋରଡାରେ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ଏହାପରେ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ସାମିଲ ହେବେ। ସେଠାରୁ କଟକ ଆସି ରୋଡ୍‌‌ ସୋ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button