ପୁରୀରେ ବ୍ୟାପୁଛି ହଇଜା : ୨ ଆକ୍ରାନ୍ତ ମୃତ

ପୁରୀର ଅନେକ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ଝାଡାବାନ୍ତିରେରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ସେହିପରି ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରଖାନାରେ ଅନେକ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଆଣିଛନ୍ତି, ଅଣ୍ତର ପାଇପ୍ ଫାଟି ପିଇବା ପାଣି ଟ୍ୟାପରେ ଦୁଷିତ ପାଣି ମିଶିବା ଫଳରେ ହଇଜା ବ୍ୟାପୁଛି ।ରେଡକ୍ରସ୍ ରୋଡ, ବାଲି ସାହି ପରି ସ୍ଥାନରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି । ସ୍ଥାନୀୟ ଡାକ୍ତରଖାନରେ କିଛି ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ, କିଛି ଗୁରୁତର ଆହତଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

Related Articles

Back to top button