
ଟଙ୍କା ମାଗିବା ମାମଲାରେ ସିନେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ
ଲେଖିକା ବନସ୍ମିତା ପତିଙ୍କୁ ମାନସିକ ନିର୍ଯାତନା ଓ ଧମକାଇ ଟଙ୍କା ମାଗିବା ମାମଲାରେ ସିନେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ତାଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ବନସ୍ମିତାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ମୌସୁମୀ ଧମକାଇ ଟଙ୍କା ମାଗିବା ସହ ତାଙ୍କ ପରିବାରକୁ ବଦନାମ ପାଇଁ ପ୍ରୟାସ କରାଯାଉଥିଲା । ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି । ପୂର୍ବରୁ ମୌସୁମୀ ମଧ୍ୟ ବନସ୍ମିତାଙ୍କ ନାଁରେ ଚନ୍ଦକା ଥାନାରେ ଟଙ୍କା ଦେଣନେଣକୁ ନେଇ ଅଭିଯୋଗ କରିଥିଲେ।