ମାତ୍ର ୬ ମିନିଟରେ ଗଜାନନଙ୍କ ଚିତ୍ର ଓଲଟା ଆଙ୍କିଲେ ନବମ ଶ୍ରେଣୀର ଛାତ୍ର ଆୟୁଷ

ପୁରୀ: ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସବୁଠି ଉତ୍ସାହ । ଗଣେଶ ଚତୁର୍ଥୀ ଅବସରରେ ପୁରୀର ଛାତ୍ର ଆୟୁଷ ମହାପାତ୍ର ଆଙ୍କିଛନ୍ତି ଗଣେଶଙ୍କ ନିଆରା ଚିତ୍ରକଳା। ରିଭର୍ସ ସ୍ପିଡ୍ ପେଣ୍ଟିଂ ତଥା ଗଣେଶଙ୍କ ଓଲଟା ଚିତ୍ର ଆଙ୍କି ଆୟୁଷ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଗଣେଶଙ୍କ ରିଭର୍ସ ସ୍ପିଡ୍ ପେଣ୍ଟିଂକୁ ମାତ୍ର ୬ ମିନିଟରେ ଆଙ୍କିଛନ୍ତି ନବମ ଶ୍ରେଣୀର ଆୟୁଷ।

କମ୍ ସମୟରେ ରିଭର୍ସ ସ୍ପିଡ୍ ପେଣ୍ଟିଂ ଆଙ୍କିବା କଷ୍ଟସାଧ୍ୟ । ତଥାପି ଏଭଳି ପେଣ୍ଟି ଆଙ୍କି ୨୦୨୧ରେ ଆୟୁଷ ଇଣ୍ଡିଆ ବୁକ୍ ରେକର୍ଡର ଅଧିକାରୀ ହୋଇଛିଲେ । ୨୦୨୦ ମସିହା ଲକଡାଉନ୍ ସମୟରେ ୟୁଟ୍ୟୁବ୍ ଦେଖି ରିଭର୍ସ ପେଣ୍ଟିଂ ଆଙ୍କିବା ଆରମ୍ଭ କରିଥିଲେ ଆୟୁଷ । ପୁଅର ଏଭଳି କାର୍ଯ୍ୟକୁ ନେଇ ବାପାମାଆ ବି ଖୁସି ଅଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଅଧିକରୁ ଅଧିକ ରିଭର୍ସ ସ୍ପିଡ୍ ପେଣ୍ଟିଂକୁ ଲୋକ ପ୍ରିୟ କରାଇବା ଲକ୍ଷ୍ୟ ରଖିଛନ୍ତି ଆୟୁଷ।

Related Articles

Back to top button