ଅନ୍ତିମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋପ ପାଇଲା ବ୍ରାଜିଲର ଆୱା ଜନଜାତି

ରିଓ: ବ୍ରାଜିଲର ପୁରାତନ ଜନଜାତି ଆୱାର ସମ୍ପ୍ରଦାୟର ଶେଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ଏହି ଜନଜାତି ଲୋପ ପାଇଯାଇଛି । ପରିବେଷବିତ ମାନେ ଏ ନେଇ ଦୁଃଖପ୍ରକାଶ କରିଛନ୍ତି । ବ୍ରାଜିଲର ଇଣ୍ଡିଜିନିୟସ ପ୍ରୋଟେକ୍ସନ ଏଜେନ୍ସି ଫୁନାଇ ପକ୍ଷରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଛି । ତାଙ୍କ ବୟସ ୬୦ ପାଖାପାଖି ହୋଇଥିବ ଏବଂ ତାଙ୍କ ମୃତ୍ୟୁ ପ୍ରାକୃତିକ ଭାବେ ହୋଇଛି ବୋଲି ଗବେଷକମାନେ କହିଛନ୍ତି । ଏହି ବ୍ୟକ୍ତିଜଣଙ୍କ ଜଙ୍ଗଲରେ ରହୁଥିଲେ ଏବଂ କୌଣସି ବାହାର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନ ଥିଲେ । ତାଙ୍କୁ ମ୍ୟାନ ଅଫ ଦି ହୋଲ ମଧ୍ୟ କୁହାଯାଏ । କାରଣ ସେ ସର୍ବଦା ଗାତ ଭିତରେ ରହିଥାନ୍ତି । ନିଜ ସୁରକ୍ଷା ପାଇଁ ସେ ବଡ ବଡ ଗାତ ଖୋଳି ତା ମଧ୍ୟରେ ଲୁଚି କରି ବନ୍ୟଜନ୍ତୁ ଏବଂ ଅନ୍ୟ କବଳରୁ ନିଜକୁ ସୁରକ୍ଷିତ ରଖିଥାନ୍ତି।

ଏହି ଜନଜାତି ଉପରେ ବାହାର ଲୋକଙ୍କ ବାରମ୍ବାର ଆକ୍ରମଣ ଯୋଗୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଯଦି କୌଣସି ବାହାର ବ୍ୟକ୍ତି ଏହି ବ୍ୟକ୍ତି ନିକଟକୁ ଗଲେ ସେ ତାଙ୍କୁ ଜାଲରେ ପକାଇ ତୀରରେ ଆକ୍ରମଣ କରିଥାଏ । ଆୱା ଜନଜାତିକୁ ବ୍ରାଜିଲର ମୂଳ ବାସିନ୍ଦା ଭାବେ ବିବେଚନା କରାଯାଇଥାଏ । ୨୦୧୮ରେ ଏ ନେଇ ଫିଲ୍ମ ମଧ୍ୟ ସ୍ଥାନୀୟ ସରକାର ପ୍ରସ୍ତୁତ କରିଥିଲେ।

Related Articles

Back to top button