ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସର ଯୁବ ନେତା ରାହୁଲ ଗାନ୍ଧୀ

ନିର୍ବାଚନକୁ ନେଇ ଓଡ଼ିଶାରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଗୋଟିଏ ପଟେ ଟିକେଟକୁ ନେଇ ଟଣାଓଟରା ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାରକୁ ନେଇ ଦଳୀୟ କର୍ମକର୍ତ୍ତା, ନେତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଥି ମଧ୍ୟରେ କଂଗ୍ରେସର ଯୁବ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ । ମେ ୩ରେ ରାୟଗଡ଼ାରେ ନିର୍ବାଚନ ପ୍ରଚାର କରିବେ ରାହୁଲ ଗାନ୍ଧୀ । ସେଠାରେ ସେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏନେଇ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାୟଗଡ଼ାରେ କଂଗ୍ରେସ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଜାରି ରହିଛି ।

Related Articles

Back to top button