ସମବାୟ ସମିତି ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ, ୧୯ ଓ ୨୬ ତାରିଖରେ ଭୋଟ

୭୦୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୯ ଓ ୨୬ ତାରିଖରେ ଭୋଟ

ଓଡ଼ିଶାରେ ପ୍ରାୟ ୩୦ ଲକ୍ଷ ମତଦାତା ସମବାୟ ନିର୍ବାଚନରେ ସେମାନଙ୍କ ମତଦାନର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ୭୦୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୯ ତାରିଖରେ ଓ ପରେ ପରେ ୨୬ ତାରିଖରେ ଭୋଟ ହେବାକୁ ଯାଉଛି ।

ଆସନ୍ତାକାଲି ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ସମବାୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ୩୨୫୨ ସମିତିରୁ ୨୫୨୧ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବଳକା ରହିଥିବା ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ହେବାକୁ ଥିବା ୭୩୧ଟି ସମିତିରୁ ୨୪୪ଟି ସମ୍ବେଦନଶୀଳ ବୁଥ ରହିଥିବା ଜଣାପଡ଼ିଛି। ସମ୍ବେଦନଶୀଳ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଥିବାବେଳେ ପୁଲିସ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ୪ଲକ୍ଷ ୫୩ହଜାର ୬୧୦ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ସମାପ୍ତି ପରେ ଗଣତି ହୋଇ ଫଳାଫଳ ଘୋଷଣା ହେବ।

୨୦୨୦ ମସିହାରେ ଓଡ଼ିଶାରେ ସମବାୟ ନିର୍ବାଚନ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଦୁଇବର୍ଷ ଧରି ନିର୍ବାଚନ ସ୍ଥଗିତ ରହିବା ପରେ ଏବେ ଏହା ହେବାକୁ ଯାଉଛି । ସମବାୟ ସମିତିଗୁଡିକ ପାଇଁ ବିଭିନ୍ନ ଜୋନର ନିର୍ଦ୍ଦେଶକ ବା ଡାଇରେକ୍ଟର ପଦବୀ ଲାଗି ପ୍ରଥମେ ନିର୍ବାଚନ ହୋଇଥାଏ । ଏହାପରେ ସମବାୟ ସମିତିଗୁଡିକର ସଭାପତି ସମେତ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ କରାଯାଇଥାଏ । ଏହି ନିର୍ବାଚନ ପରେ ରାଜ୍ୟରେ ଥିବା ବିଭିନ୍ନ ଶୀର୍ଷ ସମବାୟ ଓ କେନ୍ଦ୍ରୀୟ ସମବାୟ ସଂସ୍ଥାଗୁଡିକର ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଇଥାଏ ।

Related Articles

Back to top button