ଗହଳି ସ୍ଥାନରେ ନକଲି ବୋମା ରଖିବ ଦିଲ୍ଲୀ ପୁଲିସ

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦିଲ୍ଲୀର ୧୫ଟି ଜିଲ୍ଲାର କେତେକ ଜନଗହଳିପୂର୍ଣ୍ଣ ସ୍ଥାନରେ ନକଲି ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍) ରଖିବାକୁ ନିଷ୍ପତ୍ତି ନେଇଛି

ସ୍ଥାନୀୟ ପୁଲିସ କର୍ମଚାରୀମାନଙ୍କ ସତର୍କତାକୁ ପରଖିବାକୁ  ଦିଲ୍ଲୀ ପୁଲିସ ଏକ ଅଭିନବ ଉପାୟ ଗ୍ରହଣ କରିବାକୁ ଯାଉଛି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ପକ୍ଷରୁ ଦିଲ୍ଲୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ନକଲି ବୋମା (ଆଇଇଡି) ରଖାଯିବ ଓ ସ୍ଥାନୀୟ ଅଂଚଳରେ ମୁତୟନ ଥିବା ପୁଲିସ ଏହାକୁ ନେଇ କେତେ ସତର୍କ ଓ ପ୍ରସ୍ତୁତ ତାହା ପରଖାଯିବ ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦିଲ୍ଲୀର ୧୫ଟି ଜିଲ୍ଲାର କେତେକ ଜନଗହଳିପୂର୍ଣ୍ଣ ସ୍ଥାନରେ ନକଲି ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍) ରଖିବାକୁ ନିଷ୍ପତ୍ତି ନେଇଛି । ସ୍ଥାନୀୟ ପୁଲିସ ଏହାକୁ ଚିହ୍ନଟ କରିବା ପରେ ପ୍ରୋଟୋକଲକୁ କେତେ ପାଳନ କରୁଛି ତାହା ଦେଖାଯିବ ।

ଆଇଇଡି ଚିହ୍ନଟ ପରେ ଜିଲ୍ଲା ପୁଲିସକୁ ସ୍ଥାନୀୟ ଅଂଚଳକୁ ଘେରାଓ କରାଯିବା ସହ ବାଲିବସ୍ତା ରଖାଯିବ । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳକୁ ସୂଚନା ଦିଆଯିବ । ଜିଲ୍ଲା ପୁଲିସର ଏହି କାର୍ଯ୍ୟକୁ ସିସିଟିଭି କ୍ୟାମେରା ମାଧ୍ୟମରେ ରେକର୍ଡ କରାଯିବ ।

ସୂଚନାଯୋଗ୍ୟ ଯେ, ପ୍ରଫେଟ ବୟାନ ବିବାଦ ପରେ ବିଶ୍ବର ଦୁଇଟି କୁଖ୍ୟାତ ଆତଙ୍କବାଦୀ ସଂସ୍ଥା ଅଲକାଇଦା ଓ ଆଇଏସ ଭାରତକୁ ଧମକ ଦେଇଛନ୍ତି । ଦିଲ୍ଲୀର ସମେତ ଭାରତର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରାଯିବ ବୋଲି ଧମକ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀ ପୁଲିସ ସତର୍କ ହୋଇଯାଇଛି ।

Related Articles

Back to top button