ଓଡ଼ିଶାରେ ଦୁର୍ନୀତି ବଢିଛି, ବିଜେପି ସରକାର ଆସିଲେ ହିଁ ବିକାଶ ହେବ : ହେମାମାଳିନୀ

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ । ରାଜଧାନୀ ଭୁବନେଶ୍ବର ସାଲିଆସାହିରେ ଅନୁଷ୍ଠିତ ସମାବେଶରେ ଯୋଗଦେଇ ଡ୍ରିମଗର୍ଲ ବିଜେପି ସରକାରରେ ହୋଇଥିବା ବିକାଶର ଗାଥା ବଖାଣିଛନ୍ତି । ଓଡ଼ିଶାରେ ଦୁର୍ନୀତି ବଢିଛି, ବିଜେପି ସରକାର ଆସିଲେ ହିଁ ବିକାଶ ହେବ ବୋଲି ସେ କହିଛନ୍ତି ।ସାଲିଆ ସାହିରେ ଆଶୀର୍ବାଦ ସମାବେଶରେ ଯୋଗଦେଇ ରାଧେ ରାଧେ କହି ନିଜ ଭାଷଣ ଆରମ୍ଭ କରିଥିଲେ ହେମା । ମହିଳାଙ୍କୁ ବିକାଶର ସ୍ବପ୍ନ ଦେଖାଇବା ସହ ଡବଲ ଇଞ୍ଜିନ ସରକାର ହେଲେ ମହିଳାମାନେ ଆତ୍ମନିର୍ଭର ଶୀଳ ହୋଇପାରିବେ ବୋଲି ସେ କହିଥିଲେ । ଅନ୍ୟ ସରକାରରେ କେବଳ ଦୁର୍ନୀତି ବଢିଛି କିନ୍ତୁ ବିଜେପି ସରକାର ଆସିଲେ ବିକାଶ ହେବ, ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମିଳିବ ବୋଲି ସେ କହିଛନ୍ତି । ମଥୁରାରେ ବିଜେପି ସରକାରଙ୍କ ସହାୟତାରେ ସେ ସାଂସଦ ହୋଇ ଜନସାଧାରଣଙ୍କ ପାଇଁ ଅନେକ କିଛି କରିପାରିଛନ୍ତି ଏବଂ ଓଡ଼ିଶାରେ ମଧ୍ୟ ମହିଳାଙ୍କୁ ସବୁ ସୁବିଧା ସୁଯୋଗ ମିଳିବା ଉଚିତ୍ ବୋଲି ସେ କହିବା ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଭୋଟ୍ ଦେଇ ଜିତାଇବା ପାଇଁ କହିଛନ୍ତି ।

Related Articles

Back to top button