
ବିଦେଶରୁ ଆସି ନିର୍ମଳାଳୟ ସେବାଶ୍ରମରେ ପାଳିଲେ ବାପାଙ୍କ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର ଉପକଣ୍ଠ ଗିରୀଙ୍ଗପୁଟ ସ୍ଥିତ ନିର୍ମଳାଳୟ ସେବାଶ୍ରମରେ ଅନ୍ତେବାସୀଙ୍କ ଗହଣରେ ମଙ୍ଗଳବାର ଦିନ ସ୍ବର୍ଗତ ନରେନ୍ଦ୍ର ପରିଡ଼ାଙ୍କ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି ତାଙ୍କ ପୁତ୍ର ଜିତେନ୍ଦ୍ର ପରିଡ଼ା ଏବଂ ବୋହୁ ନିରୂପମା ରାଉତରାୟ। ଉଭୟ ଦମ୍ପତି ଏବେ ସିଙ୍ଗାପୁରରେ ରହୁଛନ୍ତି। ତେବେ ଏହି ଅବସରରେଆଶ୍ରମର ଶାନ୍ତ ବାତାବରଣରେ ବୟସ୍କ ଓ ଛୋଟ ପିଲାମାନଙ୍କ ଗହଣରେ ଖୁସିରେ ସମୟ ଅତିବାହିତ କରିଥିଲେ ଦମ୍ପତି।
ପ୍ରଥମେ ସକାଳେ ଛୋଟ ପିଲାମାନଙ୍କୁ ଟିଫିନ ଦିଆଯିବା ସହ ପରେ ପରେ ସେମାନଙ୍କୁ ବିଭିନ୍ନ ଖେଳଣା ବାଣ୍ଟିଥିଲେ ଦମ୍ପତି।ପରେ ଅନ୍ୟୁନ ଦୁଇଶହ ଲୋକଙ୍କ ଖାଇବା ପାଇଁ ଭାତ, ରୁଟି, ଡ଼ାଲମା, ତରକାରୀ, ଖଟା, କ୍ଷୀରି ଓ ମିଠା କେଶରୀ ପ୍ରଭୁତି ଆୟୋଜନ କରାଯାଇଥିଲା। ନିଜେ ଜିତେନ୍ଦ୍ର ଓ ନିରୂପମା ହାତରେ ବାଢ଼ି ସମସ୍ତଙ୍କୁ ଖୁସିରେ ଖାଇବାକୁ ଦେଇଥିଲେ। ଦମ୍ପତି ଦ୍ବୟ ମଧ୍ୟ ପିଲାମାନଙ୍କ ସହିତ ମିଶି ଖାଇଥିଲେ।
ଜିତେନ୍ଦ୍ର କୁହନ୍ତି ଏଥିରେ ସେ ଯେଉଁ ଆନନ୍ଦ ପାଇଛନ୍ତି ତାହା ଥିଲା ତାଙ୍କପାଇଁ ଏକ ନିଆରା ଅନୁଭବ। ସ୍ବର୍ଗତ ନରେନ୍ଦ୍ର ପରିଡ଼ାଙ୍କ ପୁଅ ଓ ବୋହୂ ଉଭୟ ପ୍ରକୃତି ପ୍ରେମୀ ହୋଇଥିବାରୁ ପ୍ରକୃତିର ସବୁଜିମା କୋଳରେ ଆନନ୍ଦମୟ ପରିବେଶରେ ଗଢ଼ି ଉଠୁଥିବା ନିର୍ମଳାଳୟ ସେବାଶ୍ରମରେ ସମୟ କଟାଇବାର ସୁଯୋଗ ପାଇ କୃତଜ୍ଞତା ଜଣାଇଥିଲେ ଦମ୍ପତି।
ଗିରୀଙ୍ଗପୁଟ ଗ୍ରାମବାସୀ ଓ ଆଶ୍ରମରେ କାମକରୁଥିବା ସମସ୍ତ ଲୋକମାନଙ୍କର ସହଯୋଗ ଓ ଭଲ ପାଇବାକୁ ଉଭୟ ଦମ୍ପତି ଖୁବ ପ୍ରଶଂସା କରିଥିଲେ। ଆଶ୍ରମ ନିର୍ମାଣରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ଫେରିଯାଇଥିଲେ।
ଏଥିରେ ସହଯୋଗ କରିଥିଲେ ସେବାଶ୍ରମର କର୍ମୀ ବିଶ୍ୱକେତନ ଦାଶ, ଦିଲ୍ଲୀପ ପଟ୍ଟନାୟକ,କୃଷ୍ଣଚନ୍ଦ୍ର, ସୌମ୍ୟ,ବୁଲୁ ବାବୁ,ଚନ୍ଦନ ପରିଡ଼ା ଓ ପ୍ରମୋଦ ଏବଂ ବୁଲା ମଉସା।