
ରାଜଧାନୀର ବିଭିନ୍ନ ମଲ୍ରେ ବୁଷ୍ଟର ଡୋଜ୍ ବ୍ୟବସ୍ଥା
ପାତ୍ରପଡ଼ା ଡିଏନ ରେଗାଲିଆ ମଲ୍, ହଂସପାଳ ସିମ୍ଫୋନି ମଲ୍ ଏବଂ ଏସ୍ପ୍ଲାନେଡ୍ ମଲ୍ରେ ଟିକାକରଣ ବ୍ୟବସ୍ଥା
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ କରୋନା ମାଡ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଟିକାକରଣକୁ ବ୍ୟାପକ କରିଛି। ରାଜଧାନୀର ବିଭିନ୍ନ ମଲ୍ରେ ବୁଷ୍ଟର ଡୋଜ୍ ବ୍ୟବସ୍ଥା କରିଛି ବିଏମ୍ସି। ଆଜି ପାତ୍ରପଡ଼ା ଡିଏନ ରେଗାଲିଆ ମଲ୍, ହଂସପାଳ ସିମ୍ଫୋନି ମଲ୍ ଏବଂ ଏସ୍ପ୍ଲାନେଡ୍ ମଲ୍ରେ ମଧ୍ୟ ଏହି ଟିକାକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଅନ୍ଲାଇନ ଓ ଅନ୍ ସ୍ପଟରେ ସାଧାରଣ ଜନତା ଟିକା ନେଇପାରିବେ। ଦୈନିକ ୩ ହଜାରରୁ ଅଧିକ ଟେଷ୍ଟିଂ ପାଇଁ ବିଏମ୍ସି ପକ୍ଷରୁ ଯୋଜନା କରାଯାଇଛି।