ଆମେରିକା ତିଆରି କରୁଛି ଶକ୍ତିଶାଳୀ ମିସାଇଲ୍ ଟ୍ରାକିଂ ସାଟେଲାଇଟ୍

ଋଷ-ଚାଇନାର ଘାତକ ଅସ୍ତ୍ର ଉପରେ ରଖିବ ନଜର

ଚାଇନା ଓ ଆମେରିକା ପରସ୍ପରକୁ କାଉମ୍ଟର ଦେବା ଆରମ୍ଭ କରିଦେଇଛନ୍ତି । ବିଶ୍ୱର ଦୁଇ ଶକ୍ତିଶାଲୀ ଦେଶ ଏବେ ନିଜ ଅସ୍ତଶସ୍ତ୍ର ବଢାଇବାରେ ଲାଗିଛନ୍ତି । ଘାଚକ ମିସାଇଲ ଓ ଡିଫେନ୍ସ ସିଷ୍ଟମ ତିଆରି କରୁଛନ୍ତି । ନିକଟରେ ୟୁଏସ ସ୍ପେସ୍ ଡେଭଲେପମେଣ୍ଟ ଏଜେନ୍ସି ମିସାଇଲ୍ ଟ୍ରାକିଂ ସାଟେଲାଇଟ୍ ତିଆରି ନେଇ ଚୁକ୍ତି କରିଛି । ଏହି ସାଟେଲାଇଟରେ ଚାଇନା ଓ ଋଷିଆ ମିସାଇଲକୁ ଟ୍ରାକ୍ କରିହେବ । ଏଲ3 ହାରିସ୍ ଓ ନର୍ଶରପ୍ ଗ୍ରୁମନ୍ ଆମେରିକା ପାଇଁ ମିସାଇଲ ସାଟେଲାଇଟ୍ ସିଷ୍ଟମ ତିଆରି କରିବେ ବୋଲି ଜଣାପଡିଛି ।

ଏହି ଦୁଇ କମ୍ପାନୀ ପ୍ରତ୍ୟେକ ୧୪ଟି ଲେଖାଏଁ ସାଟେଲାଇଟ୍ ତିଆରି କରିବେ । ଯାହା ଲୋୟର ଆର୍ଥ ଅର୍ବିଟରେ ମୁତୟନ କରାଯିବ । ମୋଟ୍ ଭାବେ ସାଟେଲାଇଟ୍ ତଥା ମିସାଇଲ ସିଷ୍ଟମକୁ ଟ୍ରାକକୁ ପାଇଁ ୧୩୦୭ ମିଲିୟନ ଡଲାର ଖର୍ଚ୍ଚ ହେବ ।

ରିପୋର୍ଟ ଅନୁସାରେ, ୨୦୨୫ ସୁଦ୍ଧା ଏହି ସବୁ ସାଟେଲାଇଟକୁ ଲଞ୍ଚ କରାଯିବ । ଆଲାବାମା ଏୟାର ଫୋର୍ସ ବେସରୁ ଏହାକୁ ଉତକ୍ଷେପଣ କରାଯିବା ନେଇ ଯୋଜନା ରହିଛି । ଥରେ ଏହାର ଉତକ୍ଷେପଣ ହେଲେ ଏହା ସମସ୍ତ ମିସାଇଲ ସିଷ୍ଟମକୁ ଟ୍ରାକ୍ କରିପାରିବ । ଆହୁରି ମଧ୍ୟ ଇଣ୍ଟରକଣ୍ଟିନେ୍ଟଲ, ହାଇପରସୋନିକ ମିସାଇଲର ଗତିକୁ ଟ୍ରାକ୍ କରିହେବ ।

ଟୁରନିଅରର ରିପୋର୍ଟ ଅନୁସାରେ, ଟ୍ରାକିଂ ସାଟେଲାଇଟରେ ହାଇପରସୋନିକ ମିସାଇଲ, ଏହାର ସଠିକ ଦିଗ ଉପରେ ନଜର ରଖାଯାଇପାରିବ । ନିକଟରେ ଋଷିଆ ୟୁକ୍ରେନ ବିରୋଧରେ ହାଇପରସୋନିକ ମିସାଇଲ ବ୍ୟବହାର କରିଥିଲା । ଚାଇନା ବି ହାଇପରସୋନିକ ମିସାଇଲ କ୍ଷେତ୍ରରେ ଅନେକ କାମ କରୁଛି ।

ତେବେ ଆମେରିକା  ହାଇପରସୋନିକ ମିସାଇଲ ଟ୍ରାକିଂ ପାଇଁ ବଜେଟରେ ୫୫୦ ମିଲିୟନ ଡଲାର ପ୍ରାବଧାନ କରିଛି । ଯାହାକୁ ୨୦୨୫ରେ ଲଞ୍ଚ୍ କରାଯିବ ଓ ଏହା ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏହି ସାଟେଲାଇଟ୍ ସିଷ୍ଟମ ଭୂପୃଷ୍ଠରୁ ଅଳ୍ପ ଦୂରରେ ରହିବ । ଫଳରେ ଏହାର ଫିଲ୍ଡ ଭିଜିୟନ କମ୍ ରହିବ । ଏହା ଡବ୍ଲୁଏଫଓଭି ସାଟେଲାଇଟ୍ ସହ ମିଳିତ ଭାବେ କାମ କରିବ । ଏହି ଟ୍ରାକିଂ ସାଟେଲାଇଟ୍ କଣ୍ଟ୍ରୋଲ ରୁମରୁ ଟିକିନିଖି ତଥ୍ୟ ପଠାଇବ  । ଯାହାଦ୍ୱାରା ଶତ୍ରୁର ଗତିପଥ ଉପରେ ନଜର ରଖାଯାଇପାରିବ ।

Related Articles

Back to top button