କେନ୍ଦ୍ରରୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ଜାରି ରହିବ ମାଗଣା ବୁଷ୍ଟର ଡୋଜ ଟୀକାକରଣ

ଭୁବନେଶ୍ୱର : ଡେଡଲାଇନ ସରିଥିଲେ ବି ଦିଆଯିବ ମାଗଣା ଟୀକା । ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ବି ଆଗକୁ ଚାଲିଛି  ବୁଷ୍ଟର ଟୀକାକରଣ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଆଗାମୀ ନିର୍ଦେଶନାମା ନଆସିବ ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜ ଟୀକାକରଣ ସରିଛି । ଟୀକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ତାର ୩୮ ପ୍ରତିଶତ ଲୋକଙ୍କୁ ଟୀକାକରଣ ସରିଛି । ଓଡ଼ିଶାରେ ପ୍ରଥମ ଡୋଜ ୯୭% ଓ ଦ୍ଵିତୀୟ ଡୋଜ ୯୧% ଟୀକାକାରଣ ସରିଛି । ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି । ଆଗକୁ ପାର୍ବଣ ଆସୁଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଉଛି । ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ପ୍ରିକସନ ଡୋଜ କ୍ଷେତ୍ରରେ କ୍ରମଶଃ କମିଛି । ପ୍ରିକସନ ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି । ମହଜୁଦ ରହିଥିବା ୩.୫ ଲକ୍ଷ ଟୀକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦେଶ ଆସିବ ତାକୁ ନେଇ କାର୍ଯ୍ୟକାରୀ କରାଯିବ ।

Related Articles

Back to top button