ପଞ୍ଚଭୂତରେ ବିଲୀନ ହେଲେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

ପଞ୍ଚଭୂତରେ ଲୀନ ହେଲେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନେତା ନୀଳମଣି ସାମଲଙ୍କ ପାର୍ଥିବ ଶରୀର ।ନୀଳମଣି ସାମଲଙ୍କ ପାର୍ଥିବ ଶରୀର ଆଜି କଟକ ସ୍ଥିତ ସଂଗ୍ରାମୀ ସ୍ବରାଜ ଭବନରୁ ବାହାରି ନିଜ ଜନ୍ମ ମାଟି ବଡ଼ଚଣା ସ୍ଥିତ ବାଲିପଡ଼ିଆ ଗ୍ରାମ ଅଭିମୁଖେ ଆସିଥିଲା । ପ୍ରଥମେ ଯାଜପୁର ଜିଲ୍ଲା ଛତିଆ ଠାରେ ବିଭିନ୍ନ ବର୍ଗର ଲୋକେ ନିଳମଣୀଙ୍କୁ ଶେଷ ଦର୍ଶନ କରିବା ସହ ଜିଲ୍ଲାପାଳ ଏସ ପି, ବିଭିନ୍ନ ରାଜନେତା ପୋଲିସ ତହସିଲଦାର ବିଡ଼ିଓ ଜିଲ୍ଲା ପୋଲିସ୍ ବିଭାଗ ଏକ ଶୋଭାଯାତ୍ରା ରେ ନିଳମଣୀ ସାମଲଙ୍କ ପାର୍ଥିବ ଶରୀରକୁ ପାଛୋଟି ନେଇଥିଲେ । ଶୋଭାଯାତ୍ରା ବେଳେ ବଡ଼ଚଣା ବଜାର ଛକ,ଚଣ୍ଡିଖୋଲ ବଜାର,ବାଲିଚନ୍ଦ୍ରପୁର , ନଳିପୁର,ଭଳି ଛକ ଛକରେ ନିଳମଣୀ ସାମଲ ଅମର ରହେ ନାରା ପ୍ରକମ୍ପିତ କରୁଥିଲା । ବଡ଼ଚଣା ମାଟିର ନୀଳମଣି ଥିଲେ ଶେଷ ସ୍ୱାଧୀନତା ସଂଗ୍ରାମୀ ।

ସ୍ବର୍ଗତ ନୀଳମଣି ସାମଲ ସ୍ଵାଧୀନତା ସଂଗ୍ରାମ ବେଳେ ସେ ଭାରତ ଛାଡ଼ ଆନ୍ଦୋଳନ ପାଇଁ ଜେଲ ଯାଇଥିଲେ। ଚାରି ଚାରି ଥର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମଧ୍ୟ ସମ୍ମାନୀତ ହୋଇଥିଲେ ।ନୀଳମଣିଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ଦେଶର ସ୍ୱାଧୀନତା ପାଇଁ ନୀଳମଣି ସାମଲଙ୍କ ବଳିଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ ।

Related Articles

Back to top button