ଅପରାଧୀକ କାର୍ଯ୍ୟକଳାପକୁ ନଜର ରଖିବାକୁ ଭୁବନେଶ୍ୱରରେ ମୁତୟନ ହେବ ଡ୍ରୋନ୍

ଭୁବନେଶ୍ୱର: ଅପରାଧୀ ଓ ଅପରାଧୀଙ୍କ ଷଡ଼ଯନ୍ତ୍ରକୁ ଚେକ୍ ଦେବାକୁ ବ୍ୟାପକ ପଦକ୍ଷେପ ନେଉଛି କମିଶନରେଟ ପୋଲିସ। ଯେତେବେଳେ ରାଜଧାନୀରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ସମୟରେ ଅପରାଧୀଙ୍କୁ ଚେକ୍ ଦେବାକୁ ଭୁବନେଶ୍ୱର ଆକାଶରୁ ନଜର ରଖିବାକୁ ପୋଲିସ ଡ୍ରୋନ୍ ମୁତୟନ କରିବ ବୋଲି ନିଷ୍ପତ୍ତି ନେଇଛି। ଯାହା ଲୋକଙ୍କୁ ଅଧିକ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରିପାରିବ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ କହିବାନୁସାରେ, କମିସନରେଟ୍ ପୁଲିସ ଆଇନ ଶୃଙ୍ଖଳା ରକ୍ଷା, ସର୍ଭିଲାନ୍ସ ଏବଂ ଭିଡ଼ ପରିଚାଳନାକୁ ତ୍ୱରାନ୍ୱିତ କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରୁଛି। ୫ କିଲୋମିଟର ଦୂରତା ବିଶିଷ୍ଟ ଅତ୍ୟାଧୁନିକ ଡ୍ରୋନର ପ୍ରଚଳନ ଏବଂ ୫୦୦ ମିଟର ଉଚ୍ଚତାରୁ ଗତିବିଧି ଉପରେ ନଜର ରଖିବାର କ୍ଷମତା ଏହି ପ୍ରୟାସରେ ଯଥେଷ୍ଟ ସହାୟକ ହେବ। ଅତ୍ୟାଧୁନିକ ଡ୍ରୋନ୍ ମୁତୟନ କରାଯିବା ଫଳରେ ଅପରାଧୀକ କାର୍ଯ୍ୟକଳାପର ମୁକାବିଲା କରିବା ସହ ନିୟମିତ ଆକାଶମାର୍ଗରୁ ନଜର ରଖାଯିଇପାରିବ ବୋଲି ଆଶା କରାଯାଉଛି।

ଏହି ଅତ୍ୟାଧୁନିକ ଡ୍ରୋନକୁ ରାଜଧାନୀରେ ରାଲି, ବିକ୍ଷୋଭ ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ୍ ପରିଚାଳନା ଏବଂ ନିରୀକ୍ଷଣ ସମେତ ବିଭିନ୍ନ କାମରେ ବ୍ୟବହାର କରାଯିବ। ପୂର୍ବରୁ ଭିଭିଆଇପିଙ୍କ ଗସ୍ତ ଏବଂ ଆଇନଶୃଙ୍ଖଳା ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଛାତ ଉପରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଉଥିଲା। ଡ୍ରୋନ୍ ଟେକ୍ନୋଲୋଜିର ମିଶ୍ରଣ ଫଳରେ ପୁଲିସ ବାହିନୀ ପାଖରେ ଏକ ଅତିରିକ୍ତ ଉପକରଣ ଉପଲବ୍ଧ ହେବ, ଯାହା ଫଳରେ ସେମାନେ ଦକ୍ଷ ଭାବେ ତଦାରଖ କରିପାରିବେ ଏବଂ ଏହାର ଜବାବ ଦେଇପାରିବେ।

କେବଳ ସେତିକି ନୁହେଁ, ବିଭିନ୍ନ ପର୍ବପର୍ବାଣୀରେ ଡ୍ରୋନ୍ ମୁତୟନ କରାଯାଇ ନଜର ରଖିବାର କ୍ଷମତା ବୃଦ୍ଧି କରାଯିବା ସହ ଟ୍ରାଫିକ୍ ପରିଚାଳନାକୁ ସୁଗମ କରାଯିବ। ପୂର୍ବରୁ ଗୋଟିଏ ଡ୍ରୋନ୍ କିଣାଯାଇସାରିଥିବା ବେଳେ ଆଗକୁ ଅତିରିକ୍ତ ୟୁନିଟ୍ କିଣିବା ପୂର୍ବରୁ ଏହାର କାର୍ଯ୍ୟକାରିତାର ମୂଲ୍ୟାୟନ କରିବାକୁ କମିସନରେଟ୍ ପୁଲିସ ଯୋଜନା ରଖିଛି।

Related Articles

Back to top button