କୋରେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣାର ତଦନ୍ତ କରିବେ କମିଶନ ଅଫ୍ ରେଲୱେ ସେଫ୍ଟି

ଭୁବନେଶ୍ୱର: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା କମିଶନ ଅଫ୍ ରେଲୱେ ସେଫ୍ଟି କୋରେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣାର ତଦନ୍ତ କରିବେ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ସକାଳ ପ୍ରାୟ ୬ଟା ୪୦ ସମୟରେ କୋରେଇ ଷ୍ଟେସନରେ ହଠାତ୍ ଲାଇନଚ୍ୟୁତ୍ ହୋଇଥିଲା ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ । ଆଖି ପଲକ ପଡ଼ୁ ପଡ଼ୁ ଦ୍ରୁତଗତିରେ ଯାଉଥିବା ମାଲବାହୀ ଟ୍ରେନର ବଗି ଯାତ୍ରୀ ବିଶ୍ରାମାଗାର ସହ ଟିକେଟ୍ କାଉଣ୍ଟର ଉପରେ ଚଢ଼ି ଯାଇଥିଲା । ଏଭଳି ଭାବେ ଉପରତଳ ହୋଇ ୧୪ଟି ୱାଗନ ଲାଇନଚ୍ୟୁତ୍ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ମାଲବାହୀ ଟ୍ରେନଟି କାହିଁକି ଲାଇନଚ୍ୟୁତ୍ ହେଲା ଏବେ ତାର ତଦନ୍ତ କରିବେ କମିଶନ ଅଫ୍ ରେଲୱେ ସେଫ୍ଟି । ଖୋର୍ଦ୍ଧା ରେଳ ଡିଭିଜନରେ କୋରାଇ ଷ୍ଟେସନ ରହିଥିବାରୁ ଦୁର୍ଘଟଣାର ତଦନ୍ତ କୋଲକାତା ସ୍ଥିତ ଦକ୍ଷିଣପୂର୍ବ ସର୍କଲର କମିଶନ ଅଫ୍ ରେଲୱେ ସେଫ୍ଟି କରିବେ ବୋଲି ଜଣାପଡ଼ିଛି ।

Related Articles

Back to top button