ବରିଷ୍ଠ ଓଡିଆ ଚିକିତ୍ସା ବିଜ୍ଞାନୀ ଡ. ଦେବାଶିଷ ମହାନ୍ତି ହେଲେ ଏନ୍‌ଆଇଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ବରିଷ୍ଠ ଓଡିଆ ଚିକିତ୍ସା ବିଜ୍ଞାନୀ ଡ. ଦେବାଶିଷ ମହାନ୍ତି ହେଲେ ଜାତୀୟ ପ୍ରତିରକ୍ଷଣାବିଜ୍ଞାନ ସଂସ୍ଥାନ ନୂତନ ନିର୍ଦ୍ଦେଶକ । ପୂର୍ବରୁ ସେ ଏନ୍‌ଆଇଆଇ ଜଣେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ଏହି ଜାତୀୟ ଗବେଷଣା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ଏନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।

କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଡାକ୍ତର ମହାନ୍ତିଙ୍କ ନିଯୁକ୍ତି ଉପରେ ଅନୁମୋଦନ ଦେବା ପରେ ସରକାର ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ବର୍ତ୍ତମାନ ଦେଶରେ କୋଭିଡ ସ୍ଥିତି ଓ ଅନ୍ୟ କିଛି ନୂତନ ଭୂତାଣୁ ସଂକ୍ରମଣର ଅହ୍ବାନ ଥିବା ବେଳେ ଗବେଷଣା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜାତୀୟ ଇମ୍ୟୁନୋଲୋଜି ସଂସ୍ଥାନ(ଏନ୍‌ଆଇଆଇ)।

Related Articles

Back to top button