ସାନିଆ ମିର୍ଜା ଆହତ, ଖେଳିବେନି ୟୁଏସ ଓପନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଟେନିସ ମହିଳା ଖେଳାଳି ସାନିଆ ମିର୍ଜା ନିଜ ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛନ୍ତି । ସେ ଆହତଜନିତ କାରଣରୁ ବର୍ଷର ଶେଷ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟରୁ ନାଁ ଫେରସ୍ତ ନେଇଯାଇଛନ୍ତି । ସାନିଆ ନିଜେ ସୋସିଆଲ ମିଡିଆ ଜରିଆରେ ଏନେଇ ସୂଚନା ଦେଇଛନ୍ତି ।

୩୫ ବର୍ଷୀୟ ସାନିଆ ଚଳିତ ବର୍ଷ ଆରମ୍ଭରୁ ନିଜ ଅବସର ବାବଦରେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଏହି ବର୍ଷ ତାଙ୍କର ଟେନିସ୍ କ୍ୟାରିଅରର ଶେଷ ବର୍ଷ ହେବ । ବର୍ଷ ଶେଷରେ ସେ ଟେନିସକୁ ବାଏବାଏ କରିବେ ।

କିନ୍ତୁ ଏବେ ସାନିଆ ନିଜ ପୋଷ୍ଟରେ କହିଛନ୍ତି ଯେ, ସେ ନିଜ ଅବସର ନିଷ୍ପତ୍ତିରେ ପରିବର୍ତ୍ତନ କରିପାରନ୍ତି । ଅର୍ଥାତ ସେ ଚଳିତ ବର୍ଷ ଅବସର ନନେଇପାରନ୍ତି । ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତେବେ ଚଳିତ ବର୍ଷ ୟୁଏସ ଓପନ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୧ ଯାଏଁ ଖେଳାଯିବ ।

୬ ଥରର ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିଅନ ସାନିଆ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ଏକ ଅପଡେଟ୍ ଅଛି । କିଛି ଭଲ ଖବର ରହିଛି । ଦୁଇ ସପ୍ତାହ ପୂର୍ବରୁ କାନାଡାରେ ତାଙ୍କୁ ଆଘାତ ଲାଗିଥିଲା । ପରେ ଏହା ଗୁରୁତର ବୋଲି ଜଣାପଡିଥିଲା । କିଛି ସପ୍ତାହ ସେ ଖେଳରୁ ବାହାରେ ରହିବେ । ଏହାସହ ସେ ୟୁଏସ ଓପନରୁ ବାହାରିଯାଉଛନ୍ତି । ଏହା ଠିକ୍ ନୁହେଁ । ଏହା ତାଙ୍କ ଅବସର ନିଷ୍ପତ୍ତି ବଦଳାଇପାରେ । କିନ୍ତୁ ସେ ନିଜ ପ୍ରଶଂସକଙ୍କ ପାଇଁ ପୋଷ୍ଟ୍ କରୁଥିବେ ବୋଲି କହିଛନ୍ତି ।

Related Articles

Back to top button