ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବେ ଦିଲ୍ଲୀ ଏମ୍ସର ଡାକ୍ତରୀ ଦଳ

ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ବଡ଼ ମେଡିକାଲ(ଏସସିବି)ରେ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ବତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ଜଗାର ସିଟି ସ୍କାନ ଓ ଏମଆରଆଇ କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବେ।

ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କର ଚିକିତ୍ସା ଏସସିବିରେ ପରୀକ୍ଷା ନିରୀକ୍ଷା ପରେ ୨୦୧୭ରେ ସେମାନଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଯାଇଥିଲା। ତେବେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ। ପ୍ରାୟ ୨ବର୍ଷ ଧରି ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟ ଓଡ଼ିଶା ଫେରିଥିଲେ। ପରେ ସେମାନଙ୍କୁ ଏସସିବିରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଥିଲା। କିଛି ଦିନ ପରେ ଜଗାକୁ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

Related Articles

Back to top button