ବିରାଟ କୋହଲି ଓ ବାବର ଆଜାମ ଗୋଟିଏ ଟିମରୁ ଖେଳିବେ

ଭାରତ ଓ ପାକିସ୍ତାନର ଏହି ଦୁଇ ଷ୍ଟାର ଖେଳାଳି ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ

ବିରାଟ କୋହଲି ଓ ବାବର ଆଜାମ ଗୋଟିଏ ଟିମ ପକ୍ଷରୁ ଖେଳିବେ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ୨୦୨୩ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ଏକା ମ୍ୟାଚ ଖେଳାଯିବା ନେଇ ଯୋଜନା ଚାଲିଛି । ଭାରତ ଓ ପାକିସ୍ତାନର ଏହି ଦୁଇ ଷ୍ଟାର ଖେଳାଳି ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଏମାନଙ୍କ ବ୍ୟତୀତ ଅନ୍ୟ ଏସୀୟ ଦେଶର ଷ୍ଟାର ଖେଳାଳିଙ୍କୁ ମଧ୍ୟ ଏଥିରେ ସୁଯୋଗ ମିଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଉ ନାହିଁ । ସେହିପରି ଆଇପିଏଲରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କୁ ଖେଳିବା ପାଇଁ ସୁଯୋଗ ମିଳୁ ନାହିଁ ।

ଏହି ପରିପ୍ରେକ୍ଷୀରେ ବର୍ତମାନ ବିଶ୍ୱ କ୍ରିକେଟର ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ଏକତ୍ର ଖେଳୁଥିବା ଦେଖିବା ନିଶ୍ଚିତ ଭାବେ କ୍ରିକେଟପ୍ରେମୀ ବେଶ ଆନନ୍ଦ ପ୍ରଦାନ କରିବ । ୨୦୨୩ ଆଇପିଏଲ ପରେ ଏହି ମ୍ୟାଚ ଖେଳାଯିବ । ୨୦୦୭ରେ ଏସିଆ ଏକାଦଶ ୩-୦ରେ ଆଫ୍ରିକା ଏକାଦଶକୁ ପରାସ୍ତ କରିଥିଲା ।

Related Articles

Back to top button