ରାଜଧାନୀରେ ଡେଙ୍ଗୁ ଆତଙ୍କ, ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1828 କୁ ବୃଦ୍ଧି ପାଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ 1721 ଜଣ ଚିହ୍ନଟ ହୋଇଛନ୍ତି।

ଶନିବାର ଭୁବନେଶ୍ୱରରୁ ପୁଣି ଚିହ୍ନଟ ହୋଇଛନ୍ତି 91 ଜଣ ନୂଆ ରୋଗୀ। ସେହିଭଳି ଭୁବନେଶ୍ୱର ଉପକଣ୍ଠ ତଥା ଜିଲ୍ଲାର ଗ୍ରାମାଞ୍ଚଳର ରୋଗୀଙ୍କ ସଂଖ୍ୟା 107କୁ ବୃଦ୍ଧି ପାଇଛି। କହିବାକୁ ଗଲେ ଡେଙ୍ଗୁ ହଟସ୍ପଟ ପାଲଟିଛି କ୍ୟାପିଟାଲ ସିଟି ଭୁବନେଶ୍ୱର। କୋଭିଡ ପରେ ଡେଙ୍ଗୁ ରୋଗ ଓଡିଶାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସୂଚନା ଥାଉକି, ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାଏ । ସଂକ୍ରମିତ ମଶା କାମୁଡ଼ିବାର ୫-୭ ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।

Related Articles

Back to top button