କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ ପୁରୀରେ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ। ହବିଷ୍ୟାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ।

ଏଥିପାଇଁ ଆସନ୍ତକାଲି ଠାରୁ ପଞ୍ଜିକରଣ ଆରମ୍ଭ ହେବ । ପୁରୀରେ ‘ରାଈଦାମୋଦର ବ୍ରତ’ କରିବାକୁ ଥିବା ପାଇଁ ହବିଷ୍ୟାଳୀ ସେପ୍ଟେମ୍ବର ୧୩ରୁ ୨୯ ତାରିଖ ମଧ୍ୟରେ ପଞ୍ଜିକରଣ କରାଇବେ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ପୁରୀ ପର୍ଯ୍ୟଟନ ଅଧିକାରୀଙ୍କ ହ୍ୱାଟ୍ସଆପ ନମ୍ବରରେ ପଞ୍ଜିକରଣ କରି ପାରିବେ।

ଏଥିପାଇଁ ୯୪୩୭୦୮୦୬୩୨ରେ ନମ୍ବରରେ ପଞ୍ଜିକରଣ କରାନ୍ତୁ। ଅଧିକ ସୂଚନା ଜାଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

Related Articles

Back to top button