ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ, ଟ୍ୱିନ୍‌ ସିଟିରେ ୨୦ରୁ ୩୦ ମିଟର ଦୂର ଦିଶୁନି

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ କୁହୁଡ଼ି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ୨୦ରୁ ୩୦ ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଖାଲି ଭୁବନେଶ୍ୱର ନୁହେଁ ଘନକୁହୁଡ଼ିର ଆସ୍ତରଣରେ ଘୋଡେଇ ହୋଇଛି କଟକ ସହ ରାଜ୍ୟର ଅନେକ ଜିଲ୍ଲା । ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗାଡ଼ି ଚଳାଚଳ କରିପାରୁନାହିଁ । ସେହିପରି ରାଉରକେଲାରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ରାସ୍ତାଘାଟ କିଛି ଦେଖାଯାଉନାହିଁ । ସେପଟେ କଟକରେ ସମାନ ପରିସ୍ଥିତି ଦେଖାଦେଇଥିବା ବେଳେ ପୁରୀରେ ମଧ୍ୟ କୁହୁଡ଼ି ଲାଗି ରହିଛି । ଫଳରେ ନାଟମଣ୍ଡପ ଦେଖାଯାଉନାହିଁ । ପଶ୍ଚିମା ବାୟୁ ପ୍ରଭାବରେ କୁହୁଡ଼ି ଦେଖାଦେଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

Related Articles

Back to top button