ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ଡିସିପି ଅଫିସରେ ହାଜର ହୋଇ ତଥ୍ୟ ରଖିଲେ ସାମ୍ବାଦିକ ଅକ୍ଷୟ ନାୟକ

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ତଥ୍ୟ ରଖିଲେ ସାମ୍ବାଦିକ ଅକ୍ଷୟ ନାୟକ । ଯିଏକି ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ କଥା ହୋଇଥିଲେ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ । ଯାହାକୁ କହିଥିଲେ ତାଙ୍କ ଜୀବନର କିଛି ରୋଚକ ତଥ୍ୟ । ଏନେଇ ପୋଲିସରେ ହାଜର‌ ହେବା ପାଇଁ ଅକ୍ଷୟଙ୍କୁ ନୋଟିସ କରାଯାଇଥିଲା । ତେଣୁ ନୋଟିସ ଆଧାରରେ ଡିସିପି ଅଫିସରେ ହାଜର ହୋଇଛନ୍ତି ଅକ୍ଷୟ । ଏହି ସମୟରେ ଅକ୍ଷୟଙ୍କ ଫୋନକୁ ଜବତ କରିଛି ପୋଲିସ ।

ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ବଡ ସୁରାକ । ଯାହାକି ରାଜ୍ୟ ରାଜନୀତିର‌ କିଛି ବଡ ତଥ୍ୟ ବୋଲି ନିଜେ କହିଛନ୍ତି ଅକ୍ଷୟ ନାୟକ । ଏଥିସହ କହିଛନ୍ତି ତାଙ୍କ ପାଖରେ ଯେଉଁ ପ୍ରମାଣ ରହିଛି ପୋଲିସ ତାହାର ତନାଘନା କଲେ ଜଣେ ରାଜନୈତିକ ବ୍ୟକ୍ତିର ମୁଖା ଖୋଲିବ ।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ଅକ୍ଷୟ ସହ କଥା ହେବା ବେଳେ ଧର୍ମେନ୍ଦ୍ର କହିଥିଲେ କିଛି ଗୁମର କଥା । ଯାହା ପୋଲିସ ତଦନ୍ତରେ ଆବଶ୍ୟକ ହେବ । ଯାହାକୁ ତଦନ୍ତ ପରିସରକୁ ନେଲେ ପୋଲିସ ଅନେକ କିଛି ସୁରାକ ପାଇବ । ତେଣୁ ଏନେଇ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବର ବଡ ଗୁମର ଖୋଲିବ ବୋଲି ଅକ୍ଷୟ ଡିସିପି ଅଫିସରେ ହାଜର ହୋଇ ତଥ୍ୟ‌ ରଖିବା ବେଳେ କହିଛନ୍ତି‌ । ଯେହେତୁ ଏକ ଭିଡିଓକୁ ନେଇ ବିଚଳିତ ଥିଲେ ଧର୍ମେନ୍ଦ୍ର । ତେବେ ସେହି ଭିଡିଓ ତାଙ୍କ ମୋବାଇଲରେ ଥିଲା ବୋଲି ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ସେହି ଭିଡିଓ ସମ୍ପର୍କରେ କଣ ଜାଣିଛନ୍ତି ସେ ନେଇ ତଥ୍ୟ ଦେବେ ଅକ୍ଷୟ ।

ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ।

Related Articles

Back to top button