୮ ଦିନ ହେଲାଣି ଶିରୋଲ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କଲେ ବିଡିଓ

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୮ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଦୂଷିତ ଜଳ ପିଇବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି।  ବୁଧବାର କେସିଙ୍ଗା ବିଡିଓ ପ୍ରଫୁଲ କୁମାର ଅଦୁ, ଡା.ହରେକୃଷ୍ଣ ଧଳ, ଜିପିଓ ଜୟନ୍ତ ମୁଣ୍ଡ, ସରପଞ୍ଚ ଝରଣା ବାଗ, ପୂର୍ବତନ ସରପଞ୍ଚ ବିକ୍ରାନ୍ତ ବାଗ, ପିଇଓ ଗଜିନ୍ଦ୍ର ସାହା, ଜିଆର୍‌ଏସ ଉପେନ୍ଦ୍ର ଗୌଡ଼ ପ୍ରମୁଖ ଘରକୁ ଘର ବୁଲି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହାଛଡ଼ା ମେଡିକାଲ ଟିମ୍‌ ଦ୍ୱାରା ଗ୍ରାମବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେହିଭଳି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜିଠାରୁ ଗ୍ରାମରେ ପାନୀୟଜଳ ଯୋଗାଇ ଦିଆଯାଇଛି।
ଅପରପକ୍ଷେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ରୋଗୀମାନେ ଧୀରେ ଧୀରେ ସୁସ୍ଥ ହେଉଥିବାର ମେଡ଼ିକାଲ ଅଫିସର ଡ଼. ସୁବାଷ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ସେଠାକୁ ମଧ୍ୟ ବିଡ଼ିଓ ପରିଦର୍ଶନ କରି ରୋଗୀମାନଙ୍କ ବିଷୟରେ ପଚାରି ବୁଝିଥିବା ଜଣାପଡ଼ିଛି।

Related Articles

Back to top button