
ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ ପ୍ରଫେସର୍ କେଭିଆର୍ ଚାରୀଙ୍କ ହୃଦଘାତରେ ପରଲୋକ
ବ୍ରହ୍ମପୁର: ଶୁକ୍ରବାର ଅପରାହ୍ଣରେ ବ୍ରହ୍ମପୁର ଆଇଜର୍ ନିର୍ଦ୍ଦେଶକ ପ୍ରଫେସର କେଭିଆର୍ ଚାରୀଙ୍କର (୬୮) ହୃଦଘାତରେ ମୃତ୍ୟୁ ହୋଇଛି। ସେ କୌଣସି କାର୍ଯ୍ୟରେ ଆମେରିକା ଯାଇଥିଲା ବେଳେ ହୃଦଘାତର ଶିକାର ହୋଇଥିଲେ। ପ୍ରଫେସର ଚାରୀ ବ୍ରହ୍ମପୁର ଆଇଜର୍ ପ୍ରତିଷ୍ଠାତା ନିର୍ଦ୍ଦେଶକଥିଲେ। ୨୦୧୭ ଅକ୍ଟୋବର ୧୦ରୁ ସେ ଏହି ଦାୟିତ୍ୱ ତୁଲାଉଥିଲେ। ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ମଧ୍ୟ ଥିଲେ। ପ୍ରଫେସର୍ ଚାରୀଙ୍କ ସ୍ତ୍ରୀ ଓ ୨ ପୁଅ ଅଛନ୍ତି। ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ଆଇଜର ସହିତ ବିଭିନ୍ନ ମହଲରେ ଶୋକର ଛାୟା ଖେଶିଯାଇଛି।