ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ବାହାରୁଛି ଗୋଳିଆ ପାଣି

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଗୋଳିଆ ପାଣି । ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ପାଣି ଆଣିଲେ ଆସୁଛି ଗୋଳିଆ ପାଣି ଯାହା ଫଳରେ ଭକ୍ତଙ୍କ ସମେତ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । କିଛି ସେବାୟତ ଏହି ପାଣିକୁ ବୋତଲ ରେ ଭରିରଖି ନିଜର କ୍ଷୋଭ ଜାହିର କରିଛନ୍ତି ।

ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଥିବାରୁ ହବିଷ୍ୟାଳିଙ୍କ ସମେତ ବହୁସଂଖ୍ୟାରେ ଭକ୍ତଙ୍କ ଶ୍ରୀମନ୍ଦିରରେ ଭିଡ ଲାଗିରହୁଛି । ଆନନ୍ଦ ବଜାର ରେ ମହାପ୍ରସାଦ ଖାଇ ସାରିବା ପରେ ଭକ୍ତମାନେ ଏଠାରେ ଥିବା ଟ୍ୟାପ ରୁ ପାଣି ପିଇଥାନ୍ତି ତେବେ ଟ୍ୟାପରୁ ଏପରି ଗୋଳିଆ ପାଣି ବାହାରୁ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଆଶଙ୍କା ରହିଛି ।

ସୂଚନା ରହିଛି ଶ୍ରୀମନ୍ଦିରରେ ଲାଗିଥିବା ଅନ୍ୟ ଟ୍ୟାପରୁ ଭଲ ପାଣି ଆସୁଥିବା ବେଳେ ଆନନ୍ଦବଜାରରେ ଥିବା ଟ୍ୟାପରୁ ନାଲି ଗୋଲୀ ପାଣି ବାହାରୁଛି । ସେବାୟତଙ୍କ କହିବା କଥା ହେଲା ଏସବୁ ପାଇଁ ପିଏଚଡି ବିଭାଗ ଦାୟୀ । ତେଣୁ ଏହାର ତୁରନ୍ତ କିଛି ପଦକ୍ଷେପ ନିଆଯାଉ ବୋଲି ସେବାୟତ କହିଛନ୍ତି ।

Related Articles

Back to top button