ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ତୀର୍ଥଯାତ୍ରା ପାଇଁ ପଞ୍ଜୀକରଣ

ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ପାଇଁ ୨୦୧୬ ମସିହାରୁ କାର୍ଯ୍ୟକାରୀ କରିଛନ୍ତି । ଚଳିତବର୍ଷ ତୀର୍ଥଯାତ୍ରାରେ ଯିବା ପାଇଁ ବରିଷ୍ଠ ନାଗରିକମାନେ ଆଜିଠାରୁ ୧୦ତାରିଖ ମଧ୍ୟରେ ଅନଲାଇନ ଜରିଆରେ yatra.odisha.gov.inରେ ଆବେଦନ କରିପାରିବେ ।

ଏହାଛଡା ଆବଶ୍ୟକ ଆବେଦନ ଫର୍ମକୁ ପୂରଣ କରି ବରିଷ୍ଠ ନାଗରିକ ଜଣଙ୍କୁ ବ୍ୟକ୍ତିଗତଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ଡାକ ଯୋଗେ ପଠାଇ ପାରିବେ । ତୀର୍ଥଯାତ୍ରା ଯିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କର ବୟସ ୬୦ବର୍ଷରୁ ଅଧିକ ଏବଂ ୭୫ବର୍ଷ ବୟସରୁ କମ୍‍ ଥିବା ଆବଶ୍ୟକ । ବ୍ୟକ୍ତି ଜଣଙ୍କ ଓଡିଶାବାସୀ ହେଇଥିବେ । ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାରେ ନେବା ପାଇଁ ରାଜ୍ୟସରକାର ବନ୍ଦୋବସ୍ତ କରିଛନ୍ତି ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ବ୍ରହ୍ମପୁରରୁ ଛାଡୁଥିବା ଟ୍ରେନ୍‍ର ଶୁଭାରମ୍ଭ କରିଥିଲେ । ୯୭୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏହି ଟ୍ରେନ୍‍ କନ୍ୟାକୁମାରୀ-ତ୍ରିଭେନ୍ଦ୍ରମ୍‍ ଅଭିମୁଖେ ଯାତ୍ରା କରିଥିଲା ।

Related Articles

Back to top button